ଦେଶରେ ଦୈନିକ କୋଭିଡ ସଂକ୍ରମଣ ୨.୧୭ ଲକ୍ଷ ପାର, ୧୧୮୫ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ପୁଣି ଦୈନିକ କୋଭିଡ ସଂକ୍ରମଣ ମାମଲା ୨ ଲକ୍ଷ ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୧୧ ଶହ ପାର ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୧୭ ହଜାର ୩୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮୫ ଜଣଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷରେ ୧ ଲକ୍ଷ ୧୮ ହଜାର ୩୦୨ ଜଣ ସୁସ୍ଥ ହୋଇଛନ୍ତି।

ଏଥିସହ ଦେଶରେ ମୋଟ ସଂକ୍ରମଣ ମାମଲା ୧ କୋଟି ୪୨ ଲକ୍ଷ ୯୧ ହଜାର ୯୧୭କୁ ବୃଦ୍ଧି ପାଇଛି। ଏଥିସହିତ ୧ କୋଟି ୨୫ ଲକ୍ଷ ୪୭ ହଜାର ୮୬୬ ଜଣ ସୁସ୍ଥ ହୋଇଛନ୍ତି ଓ ୧ ଲକ୍ଷ ୭୪ ହଜାର ୩୦୮ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୧୫ ଲକ୍ଷ ୬୯ ହଜାର ୭୩୪ ଜଣ ସକ୍ରିୟ ଅଛନ୍ତି।