ସୁଡ଼ାନରୁ ଫେରୁଛି ଭାରତୀୟଙ୍କ ପ୍ରଥମ ବ୍ୟାଚ୍‌

ନୂଆଦିଲ୍ଲୀ: ସୁଡ଼ାନରେ ଫସି ରହିଥିବା ଭାରତୀୟଙ୍କ ପ୍ରଥମ ବ୍ୟାଚ୍ ସାଉଦି ଆରବର ଜେଦା ୍ରଅଭିମୁଖେ ଭାରତୀୟ ନୈସେନା ଜାହଜରେ ଯାତ୍ରା ଆରମ୍ଭ କରିଛନ୍ତି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ହିଂସାଗ୍ରସ୍ତ ସୁଡ଼ାନରେ ଫସିଥିବା ନିଜ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଗତକାଲି ଅପରେସନ କାବେରୀ ଆରମ୍ଭ କରିଥିଲା । ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ ଆଇଏଏସ ସୁମେଧାରେ ଫେରୁଥିବା ଭାରତୀୟଙ୍କ ଫଟୋ ଟ୍ୱିଟ୍ କରିଛନ୍ତି । ଏଥିରେ ମୋଟ ୨୭୮ଜଣ ଆସୁଥିବାବେଳେ ପିଲା ବି ସାମିଲ ଅଛନ୍ତି ।