ଦେଶରେ ୨୪ ଘଣ୍ଟାରେ ୫୨,୫୦୯ ପଜିଟିଭ୍ ଚିହ୍ନଟ, ୮୫୭ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଅଣାୟତ ହେଉଛି କରୋନା ସ୍ଥିତି । ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୫୦୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୫୭ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ୮ ହଜାର ୨୫୫ରେ ପହଞ୍ଚିଛି। ସେହିପରି ଦେଶରେ ମୋଟ କରୋନା ଜନୀତ ମୃତ୍ୟୁ ସଂଖ୍ୟା ୩୯ ହଜାର ୭୯୫କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୯ ଲକ୍ଷ ୮ ହଜାର ୨୫୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୨ ଲକ୍ଷ ୮୨ ହଜାର ୨୧୫ ଜଣ ସୁସ୍ଥ ହୋଇଛନ୍ତି। ୫ ଲକ୍ଷ ୮୬ ହଜାର ୨୪୪ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।