୨୯ ଜିଲ୍ଲାରୁ ୧୬୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୩୩,୪୭୯କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୬୦୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୯୯୩ ଜଣ ଓ ସ୍ଥାନୀୟ ସଂକ୍ରମଣ ୬୦୯ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୪୭୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୯ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୬୦୨ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୦୮ ଜଣ ରହିଥିବାବେଳେ ଖୋର୍ଦ୍ଧାରୁ ୨୮୫, ରାୟଗଡ଼ାରୁ ୧୬୪, ଗଜପତିରୁ ୧୦୮, ସୁନ୍ଦରଗଡ଼ରୁ ୬୨, କଟକରୁ ୫୪, ପୁରୀରୁ ୫୦, ଢେଙ୍କାନାଳରୁ ୪୯, କୋରାପୁଟରୁ ୪୬, କନ୍ଧମାଳରୁ ୪୫, ଯାଜପୁରରୁ ୪୪, ବଲାଙ୍ଗିରରୁ ୩୮, ମୟୁରଭଞ୍ଜ ଓ ସମ୍ବଲପୁରରୁ ଜିଲ୍ଲାରୁ ୩୯ ଲେଖାଏଁ ରହିଛନ୍ତି। ସେହିପରି ବଲାଙ୍ଗିରରୁ ୩୮, ନୟାଗଡ଼ରୁ ୩୩, କେଉଁଝରରୁ ୩୧, କଳାହାଣ୍ଡି ଓ ମାଲକାନଗିରିରୁ ୩୦ ଲେଖାଏଁ, ବାଲେଶ୍ୱରରୁ ୨୯, ଭଦ୍ରକରୁ ୨୦, ଅନୁଗୁଳ ଓ କେନ୍ଦ୍ରପଡ଼ାରୁ ୧୫ ଲେଖାଏଁ, ବରଗଡ଼ରୁ ୧୩, ବୌଦ୍ଧ ଓ ନବରଙ୍ଗପୁରରୁ ୯ ଲେଖାଏଁ, ଝାରସୁଗୁଡ଼ାରୁ ୭, ସୋନପୁର ୬, ନୂଆପଡ଼ାରୁ ଜିଲ୍ଲାରୁ ୫ଜଣ ସଂକ୍ରମିତ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୨୮ହଜାର ୭୦୮ଟି କରୋନା ଟେଷ୍ଟ ହୋଇଥିବାବେଳେ ୩୩ ହଜାର ୪୭୯ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୨୦ ହଜାର ୫୧୭ ଜଣ ସୁସ୍ଥ ହୋଇଛନ୍ତି ଓ ୧୨ ହଜାର ୭୩୭ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।