ରାଜ୍ୟରେ କରୋନା ନେଲା ଆଉ ୧୦ ଜୀବନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୧୦ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା ୧୦ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫୪ ଓ ୫୬ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି ମଧୁମେହ ଓ ଉକ୍ତ ରକ୍ତଚାପରେ ପୀଡ଼ିତ ଥିଲେ। ଗଞ୍ଜାମର ଜିଲ୍ଲାର ଅନ୍ୟଜଣେ ୭୦ ବର୍ଷୀୟ ବୃଦ୍ଧ ରହିଛନ୍ତି ଯିଏକି କରୋନା ବ୍ୟତୀତ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ସେହିପରି ଭୁବନେଶ୍ୱରରୁ ଜଣେ ୬୨ ବର୍ଷୀୟ ବୃଦ୍ଧ ରହିଥିବାବେଳେ ଖୋର୍ଦ୍ଧାରୁ ଜଣେ ୪୦ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି ମଧୁମେହରେ ପୀଡ଼ିତ ଥିଲେ। ଗଜପତିରୁ ଜଣେ ୪୯ ବର୍ଷୀୟ ପୁରୁଷ କରୋନା ବ୍ୟତୀତ ମଧୁମେହ ଓ ଉକ୍ତ ରକ୍ତଚାପରେ ଆକ୍ରାନ୍ତ ଥିଲେ।