କରୋନାରୁ ସୁସ୍ଥ ହେଲେ ୧୫୨୭ ଜଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ କମୁଛି। ସର୍ବାଧିକ ସୁସ୍ଥ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ରାଜ୍ୟରୁ ୧୫୨୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିରେ ଆଜି ସର୍ବାଧିକ ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୧୨୭ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୧୫, କଟକରୁ ୧୦୭ ଓ ନୂଆପଡ଼ାରୁ ୧୦୪ ଜଣ ରହିଛନ୍ତି। ସେହିପରି ଜଗତସିଂହପୁରରୁ ୮୯, ଅନୁଗୁଳରୁ ୭୦, ଯାଜପୁରରୁ ୬୦, ବରଗଡ଼ରୁ ୫୬, ପୁରୀରୁ ୪୬, ମୟୂରଭଞ୍ଜରୁ ୪୫, ଢ଼େଙ୍କାନାଳରୁ ୪୪, କେନ୍ଦୁଝରରୁ ୪୪, ବଲାଙ୍ଗିରରୁ ୪୨, ଭଦ୍ରକରୁ ୪୧, କେନ୍ଦ୍ରାପଡ଼ାରୁ ୪୧, ସମ୍ବଲପୁରରୁ ୪୧, କଳାହାଣ୍ଡିରୁ ୩୬, କୋରାପୁଟରୁ ୩୪, ମାଲକାନଗିରିରୁ ୩୨, ସୋନପୁରରୁ ୨୮, ନୟାଗଡ଼ରୁ ୨୬, କନ୍ଧମାଳରୁ ୨୩, ଝାରସୁଗୁଡ଼ାରୁ ୨୨, ଗଞ୍ଜାମରୁ ୨୦, ନବରଙ୍ଗପୁରରୁ ୨୦, ବୌଦ୍ଧରୁ ୧୬, ରାୟଗଡ଼ାରୁ ୧୫, ଦେବଗଡ଼ରୁ ୧୩ ଏବଂ ଗଜପତିରୁ ୬ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଷ୍ଟେଟ ପୁଲରୁ ୩୭ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ସକାଳେ ୧୩୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ କରୋନା ସଂକ୍ରମଣ ସଂଖ୍ୟା ୨,୯୩,୨୧୪ରେ ପହଞ୍ଚିଥିଲା। ବର୍ତ୍ତମାନ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ୨,୭୯,୦୯୧ରେ ପହଞ୍ଚିଛି, ଯାହାକି ମୋଟ ସଂକ୍ରମଣ କେସର ୯୫.୧୮ ପ୍ରତିଶତ। ସେହିପରି ୧୩୪୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଓ ୧୨,୭୩୦ ଜଣ ଚିକିତ୍ସାଧୀନ ଅଛନ୍ତି। ମୋଟ ସଂକ୍ରମଣର ୪.୩୪ ପ୍ରତିଶତ ଲୋକ ଚିକିତ୍ସାଧୀନ ଅଛନ୍ତି।