୧୫୦ତମ ଗାନ୍ଧୀ ଜୟନ୍ତି

ନୂଆଦିଲ୍ଲୀ,ଭୁବନେଶ୍ୱର,ଏଜେନ୍ସ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ୧୫୦ତମ ଜୟନ୍ତି। ଏହି ଅବସରରେ ଦିଲ୍ଲୀ ରାଜଘାଟରେ ଏକ ସ୍ମୃତି ସଭାର ଆୟୋଜନ ହୋଇଛି। ଭୋରରୁ ରାମଧୁନ ଗାନ ସହିତ ଜାତୀର ପିତାଙ୍କୁ ଦେଶବାସୀ ସ୍ମରଣ କରିଛନ୍ତି। ରାଜଘାଟରେ ଆୟୋଜିତ ପ୍ରାର୍ଥନା ସଭାରେ ଭିଭିଆଇପିମାନେ ପହଞ୍ଚି ଗାନ୍ଧୀଙ୍କ ସମାଧୀସ୍ଥଳରେଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

 

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ, ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅଂସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଓ ଲୋକସଭା ବାଚସ୍ପତି ଓମ ବିର୍ଲା, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ରହି ଗାନ୍ଧିଜୀଙ୍କୁସ୍ମରଣକରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

ସେହିପରି ଭୁବନେଶ୍ୱରର ବିଧାନସଭା ପରିସରରେ ମଧ୍ୟ ମହାତ୍ମାଗାନ୍ଧୀଙ୍କ ଜନ୍ମଜୟନ୍ତିପାଳନ ହୋଇଛି। ଏଥିରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉପବାଚସ୍ପତି ରଜନିକାନ୍ତ ସିଂ ପ୍ରମୁଖ ଯୋଗଦେଇଛନ୍ତି।