ଦିଲ୍ଲୀ ସଡ଼କରେ ଗଡ଼ିବ ୧୫୦ ନୂଆ ଇଲେକଟ୍ରିକ୍ ବସ୍

ନୂଆଦିଲ୍ଲୀ: ଦିଲ୍ଲୀର ଡିଟିସିରେ ଆଜି ୧୫୦ ନୂଆ ଇଲେକଟ୍ରିକ୍ ବସ୍ ସାମିଲ ହୋଇଛି । ଏହି ବସକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପରିବହନ ମନ୍ତ୍ରୀ କୈଳାଶ ଗେହଲତ ଇନ୍ଦ୍ରପ୍ରସ୍ଥ ଡିପୋରୁ ସବୁଜ ସଙ୍କେତ ଦେଖାଇଛନ୍ତି । ମେ’ ୨୪ରୁ ୨୬ ପର୍ଯ୍ୟନ୍ତ ଲୋକେ ଏହି ବସରେ ଫ୍ରିରେ ଯାତ୍ରା କରିପାରିବେ । ଉକ୍ତ ବସରେ ସିସିଟିଭି କ୍ୟାମେରା, ଜିପିଏସ, ୨ଟି ପ୍ୟାନିକ ବଟନ୍ ଓ ଦିବ୍ୟାଙ୍ଗଙ୍କ ପାଇଁ ର‌୍ୟାମ୍ପ ଭଳି ଅନେକ ଅତ୍ୟାଧୁନିକ ସୁବିଧା ରହିଛି । ବସ ରହିବା ପାଇଁ ମୁଣ୍ଡେଲକଲାଁ, ରାଜଘାଟ ଓ ରୋହିଣୀ ସେକ୍ଟର ୩୭କୁ ଇଲେକଟ୍ରିକ୍ ବସ ଡିପୋ ରୂପେ ପ୍ରସ୍ତୁତ କରାଯାଇଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ କେଜ୍ରିୱାଲ ୨ଟି ପ୍ରୋଟୋଟାଇପ ଇଲେକଟ୍ରିକ ବସକୁ ଜାନୁଆରୀ ୨ରେ ସବୁଜ ସଙ୍କେତ ଦେଖାଇଥିଲେ ।