ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ

ଭୁବନେଶ୍ବର,ଏନ୍ଏନ୍ଏସ୍: ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ। ହଷ୍ଟେଲ ଖୋଲିବା ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା। ଆଗକୁ କରୋନା ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତି ନିଆଯିବ।

ହଷ୍ଟେଲ ବନ୍ଦ ନିଷ୍ପତିକୁ ନେଇ ଆଜି ଅପରାହ୍ଣରେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ। ଏଥିସହ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଭେଟିଥିଲେ।

ଛାତ୍ରଛାତ୍ରୀଙ୍କ ଦାବି ହେଉଛି କୋର୍ସ ଶେଷ କରିବା ସହ ଅଧିକା ପାଠ ପଢିବା ପାଇଁ ହଷ୍ଟେଲରେ ରହିବା ଆବଶ୍ୟକତା ଅଛି। ତେଣୁ ଏସମ୍ପର୍କରେ ସରକାର ଅବଗତ ହେଇଛନ୍ତି। ଆମେ ଉତ୍କଳ ବିଶ୍ଵବିଦ୍ୟାଳୟର ଭିସିଙ୍କୁ ଅନୁରୋଧ କରିବୁ ଏବଂ ବିଭାଗ ତରଫରୁ ନିଷ୍ପତି ନେବୁ ବୋଲି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ହଷ୍ଟେଲ ଖୋଲାଥାଉ ଏବଂ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ।

ବର୍ତ୍ତମାନ ସ୍ଥିତିରେ ଅଭାବନୀୟ ପରିସ୍ଥିତି ଉପୁଜିନାହିଁ। ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ଆବଶ୍ୟକ। ଯଦି ଭବିଷ୍ୟତରେ କିଛି ଅସୁବିଧା ହୁଏ ତେବେ ହଷ୍ଟେଲ ବନ୍ଦ କରିବାର ନିଷ୍ପତି ନିଆଯିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ।