ଭୁବନେଶ୍ୱରରୁ ୧୨୬ ନୂଆ କରୋନା ପଜିଟିଭ ଚିହ୍ନଟ: ଅଟାକଳର ୩୫ କର୍ମଚାରୀ ସାମିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଉ ୧୨୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯୩ କ୍ୱାରେଣ୍ଟାଇନ ଓ ୩୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏମାନଙ୍କ ମଧ୍ୟରୁ ମଞ୍ଚେଶ୍ୱରସ୍ଥିତ ଏକ ଅଟାକଳର ୩୫ଜଣ କର୍ମଚାରୀ ରହିଥିବା ଜଣାପଡ଼ିଛି। ଗତକାଲି ଉକ୍ତ ଅଟାକଳରୁ ୨୬ଟି ମାମଲା ସାମ୍ନାକୁ ଆସିଥିଲା। ଫଳରେ ଦୁଇ ଦିନରେ ଏହି ଅଟାକଳରୁ ମୋଟ ୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୮୧ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୯ ହୋଇଥିବାବେଳେ ୮୦୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୬୫୧ ଜଣ ଚିକିତ୍ସିତ ହେଉଛନ୍ତି।