ନୂଆଦିଲ୍ଲୀ: ଦେଶରେ କରୋନା ସମେତ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଇଟାଲୀରୁ-ଅମୃତସର ଆସିଥିବା ଚାଟାର୍ଡ ଫ୍ଲାଇଟରେ ଆସିଥିବା ପାଖାପାଖି ୧୨୫ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ ଫ୍ଲାଇଟରେ ମୋଟ ୧୭୯ ଯାତ୍ରୀ ଆସିଥିଲେ। ଏନେଇ ଏୟାରପୋର୍ଟ ନିର୍ଦ୍ଦେଶକ ବୀକେ ସେଠ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଯାତ୍ରୀମାନେ ପଞ୍ଜାବର ହୋଇଥିବାବେଳେ ସେମାନେ ଏୟାରପୋର୍ଟରେ ଖୁବ୍ ହଙ୍ଗାମା କରିଛନ୍ତି। ଜାଣିଶୁଣି ସେମାନଙ୍କୁ ପଜିଟିଭ ଚିହ୍ନଟ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଯାତ୍ରୀଙ୍କ କହିବାନୁସାରେ ସେମାନେ ଇଟଲାରୁ ଉଭୟ ଡୋଜ୍ ଭ୍ୟାକ୍ସିନ ନେବା ସହ ୭୨ ଘଣ୍ଟା ପୂର୍ବର୍ର ନେଗେଟିଭ ରିପୋର୍ଟ ସାଥୀରେ ଧରି ଆସିଛନ୍ତି।