ଏବେ ସ୍ୱାସ୍ଥ୍ୟକର୍ମୀ ଟିକା ନନେଲେ ପରେ ମାଗଣାରେ ମିଳିବନି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱାସ୍ଥ୍ୟକର୍ମୀମାନେ ଏବେ ଯଦି ଟିକା ନନେବେ ତେବେ ପରେ ମାଗଣାରେ ମିଳିବନି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏଭଳି କହିଛନ୍ତି। ସେଥିପାଇଁ ଏବେ ଟିକା ନେବାକୁ ବିଜୟ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ବିଜୟ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଦିନ ଟିକାକରଣ ମଧ୍ୟ ବେଶ୍ ସଫଳ ହୋଇଛି। ଗତକାଲି ୩୭୫ ସେସନରେ ୩୨ ହଜାର ୫୨୬ ଜଣଙ୍କୁ ଟିକା ଦିଆଯାଇଛି। ୩୧ ହଜାର ୨୦୯ ଜଣଙ୍କୁ ଟିକା ଦିଆଯିବାକୁ ଥିବାବେଳେ ତା’ଠାରୁ ଅଧିକା ନେଇଛନ୍ତି। ଆଜି ୧୯୨ଟି ସେସନ୍ ହେଉଛି ଏଥିରେ ୧୬ ହଜାର ୨୬୧ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଏବେ ପର୍ଯ୍ୟନ୍ତ ଗୁରୁତ୍ୱର ପାଶ୍ୱର୍ ପ୍ରତିକ୍ରିୟା କିଛି ଦେଖାଯାଇନାହିଁ। ୭ଜଣ ସାମାନ୍ୟ ଗୁରୁତର ଲାଗୁଥିବା କହିଥିଲେ କିନ୍ତୁ ଏବେ ସବୁକିଛି ଠିକ୍ ଅଛି।