ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨,୦୭୭ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି କୋଭିଡ ସଂକ୍ରମିତଙ୍କଠୁ ସୁସ୍ଥ ସଂଖ୍ୟା ଅଧିକ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ଆଉ ୧୨ ହଜାର ୭୭ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୨ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୬୧୧ ଜଣ, କଟକରୁ ୯୧୬ ଜଣ, ଅନୁଗୁଳରୁ ୫୮୦ ଜଣ, ସମ୍ବଲପୁରରୁ ୫୪୩ ଜଣ, ବରଗଡ଼ରୁ ୪୬୨ ଜଣ, ପୁରୀରୁ ୪୫୩ ଜଣ, ବାଲେଶ୍ୱରରୁ ୪୩୭ ଜଣ, ବଲାଙ୍ଗିରରୁ ୪୩୫ ଜଣ ଓ ନବରଙ୍ଗପୁରରୁ ୪୨୯ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଝାରସୁଗୁଡ଼ାରୁ ୪୨୫, କଳାହାଣ୍ଡିରୁ ୪୦୧, ଭଦ୍ରକରୁ ୩୮୨, ନୂଅପାଡ଼ାରୁ ୨୬୧, ଗଞ୍ଜାମରୁ ୨୧୮, ନୟାଗଡ଼ରୁ ୨୧୫, ସୋନପୁରରୁ ୨୧୩, କେନ୍ଦୁଝରରୁ ୨୧୦, ରାୟଗଡ଼ାରୁ ୧୭୬, ମୟୂରଭଞ୍ଜରୁ ୧୭୫, କେନ୍ଦ୍ରାପଡ଼ାରୁ ୧୫୬, ଢ଼େଙ୍କାନାଳରୁ ୧୩୭, ଦେବଗଡ଼ରୁ ୧୩୬, ଜଗତସିଂହପୁରରୁ ୧୩୦, କୋରାପୁଟରୁ ୧୧୮, ଯାଜପୁରରୁ ୧୦୪, ଗଜପତିରୁ ୧୦୧, ବୌଦ୍ଧରୁ ୯୨, କନ୍ଧମାଳରୁ ୬୯, ମାଲକାନଗିରିରୁ ୬୩ ଓ ଷ୍ଟେଟ ପୁଲରୁ ୩୫୭ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ୧୪ ହଜାର ୫୩୨ରେ ପହଞ୍ଚିଛି।