ଦିନକରେ ଆଉ ୧୦,୭୫୭ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୦ହଜାର ୭୫୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬,୦୨୪ଜଣ ଓ ସ୍ଥାନୀୟ ସଂକ୍ରମଣ ୪,୭୩୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୨୨ହଜାର ୯୮୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ସର୍ବାଧିକ ୯୭୩, ଖୋର୍ଦ୍ଧାରୁ ୯୦୯, ସୁନ୍ଦରଗଡ଼ରୁ ୮୩୨, ଅନୁଗୁଳରୁ ୬୦୬, ବଲାଙ୍ଗିରରୁ ୫୦୭, ନୂଆପଡ଼ାରୁ ୫୦୨, ସମ୍ବଲପୁରରୁ ୪୯୪, ମୟୁରଭଞ୍ଜରୁ ୪୫୪, ଭଦ୍ରକରୁ ୪୪୩, ବରଗଡ଼ରୁ ୪୦୪, ଝାରସୁଗୁଡ଼ାରୁ ୩୮୮, ନବରଙ୍ଗପୁରରୁ ୩୮୬, ପୁରୀରୁ ୩୫୦ ଓ ବାଲେଶ୍ୱର ଜିଲ୍ଲାରୁ ୩୫୪ଜଣ ରହିଛନ୍ତି। ସେହିପରି ଢେଙ୍କାନାଳରୁ ୨୮୯, କୋରାପୁଟରୁ ୨୮୨, ଯାଜପୁରରୁ ୨୮୧, ସୋନପୁରରୁ ୨୪୫, ନୟାଗଡ଼ରୁ ୨୨୭, ଜଗତସିଂହପୁରରୁ ୨୧୯, ଗଞ୍ଜାମରୁ ୨୦୯, କେଉଁଝରରୁ ୨୦୮, ଷ୍ଟେଟପୋଲରୁ ୨୦୦, କେନ୍ଦ୍ରାପଡ଼ାରୁ ୧୪୮, ଗଜପତିରୁ ୧୪୧, ରାୟଗଡ଼ାରୁ ୧୩୬, ବୌଦ୍ଧରୁ ୧୩୩, କଳାହାଣ୍ଡିରୁ ୧୨୫, ମାଲକାନଗିରିରୁ ୧୨୩, ଦେଓଗଡ଼ରୁ ୧୦୨ ଓ କନ୍ଧମାଳ ଜିଲ୍ଲାରୁ ୮୭ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୨୨ହଜାର ୯୮୧ ହୋଇଥିବାବେଳେ ୫ଲକ୍ଷ ୧୪ହଜାର ୫୩୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୩୩୫ଜଣଙ୍କର ମୃତ୍ୟୁ ଘଟିଛି ଓ ୧ଲକ୍ଷ ୬ହଜାର ୬୧ ଜଣ ଚିକିତ୍ସିତ ହେଉଛନ୍ତି।