ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଶହେରେ ସୀମିତ ରହିଛି। ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରୁ ୧୧,୮୩୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୧୧,୯୦୪ ଜଣ ସୁସ୍ଥ ହୋଇଛନ୍ତି।
ଫଳରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୩୮ ହଜାର ୧୯୪ରେ ପହଞ୍ଚିଛି। ସେଥିରୁ ୧ କୋଟି ୫ ଲକ୍ଷ ୩୪ ହଜାର ୫୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି। ୧ ଲକ୍ଷ ୫୫ ହଜାର ୮୦ ଜଣଙ୍କ ମୃତ୍ୟୁ ହୋଇଛି ଓ ୧ ଲକ୍ଷ ୪୮ ହଜାର ୬୦୯ ଜଣ ସକ୍ରିୟ ଅଛନ୍ତି। ସେହିପରି ଦେଶରେ ୫୮ ଲକ୍ଷ ୧୨ ହଜାର ୩୬୨ ଜଣ କରୋନା ଟିକା ନେଇସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।