ଭୁବନେଶ୍ୱର,ଏନ୍ଏନ୍ଏସ୍: ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଆନନ୍ଦପୁର ଓ ଆଖୁଆପଦା ଠାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁର ଠାରେ ଜଳସ୍ତର ୩୯.୦୮ ମିଟର ଥିବାବେଳେ ଆଖୁଆପଦା ଠାରେ ୧୭.୯୨ ମି. ରହିଥିବା ସୂଚନା ମିଳିଛି। ଫଳରେ ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଦେଖାଦେଇଛି। ଏଥିରେ ବିଶେଷ ଭାବେ ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲା ପ୍ରଭାବିତ ହୋଇପାରେ ବୋଲି ଶ୍ରୀ ଜେନା କହିଛନ୍ତି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ତଳୁଆ ଅଂଚଳ ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି ଓ ଆବଶ୍ୟକ ସ୍ଥଳେ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି। ଜଳ ସଂପଦ ବିଭାଗ ତରଫରୁ ନଦୀବନ୍ଧ ଉପରେ ନଜର ରଖାଯାଇଛି।