ଭୁବନେଶ୍ୱରରୁ ଆଜି ଆଉ ୧୧୫୧ କୋଭିଡ ପଜିଟିଭ ଚିହ୍ନଟ, ୮୯୬ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। ଏହି ମଧ୍ୟରେ ଆଜି ଭୁବନେଶ୍ୱରରୁ ୧୧୫୧ଟି ନୂଆ କୋଭିଡ ପଜିଟିଭ ମାମଲା ଚିହ୍ନଟ ହୋଇଛି। ଏହି ସଂକ୍ରମିତଙ୍କ ମଧ୍ୟରେ ଲୋକାଲରୁ ୯୬୭ ଜଣ ଚିହ୍ନଟ ହୋଇଥିବା ବେଳେ ସଂଗରୋଧ କେନ୍ଦ୍ରରୁ ୧୮୪ ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଲୋକାଲରୁ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ପୁରୁଣା ବଜାର ଅଞ୍ଚଳରୁ ସର୍ବାଧିକ ୬୫ ଜଣ, ପଟିଆରୁ ୬୪ ଜଣ ଓ ନୟାପଲ୍ଲୀରୁ ୫୩ ଜଣ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଭୁବନେଶ୍ୱରରେ ମୋଟ କୋଭିଡ ସଂକ୍ରମଣ ସଂଖ୍ୟା ୬୩ ହଜାର ୬୪୯ରେ ପହଞ୍ଚିଛି। ସେଥିରୁ ୫୧ ହଜାର ୫୬ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୨୯୯ ଜଣଙ୍କ ମୃତ୍ୟୁ ହୋଇସାରିଛି। ବର୍ତ୍ତମାନ ରାଜଧାନୀରେ ୧୨ ହଜାର ୨୭୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।