କରୋନା ମୃତ୍ୟୁରେ ଲାଗୁନି ବ୍ରେକ, ଆଜି ବି ରାଜ୍ୟରେ ୧୯ ଜଣ କୋଭିଡ ଆକ୍ରାନ୍ତଙ୍କ ଗଲା ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ କମିଥିବାବେଳେ ମୃତ୍ୟୁ ସଂଖ୍ୟାରେ କୌଣସି ବ୍ରେକ ଲାଗିନି। ଆଜି ରାଜ୍ୟରେ ପୁଣି ୧୯ ଜଣ କୋଭିଡ ଆକ୍ରାନ୍ତଙ୍କ ଜୀବନ ଯାଇଛି। ଫଳରେ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୨,୧୮୦ରେ ପହଞ୍ଚିଛି।

ମୃତକଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୁଣ୍ଡ ଗଡିଛି। ଅନୁଗୁଳ ଜିଲ୍ଲାରୁ ଜଣେ ୪୭ ବର୍ଷୀୟ ଯୁବକ କରୋନରେ ପ୍ରାଣ ହରାଇଛନ୍ତି। ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ। ସେହିପରି ବଲାଙ୍ଗିରରୁ ଜଣେ, ଭୁବନେଶ୍ୱରରୁ ଜଣେ, ଭଦ୍ରକୁରୁ ଜଣେ, ଢ଼େଙ୍କାନାଳରୁ ଜଣେ, ଗଜପତିରୁ ୨ ଜଣ, ଯାଜପୁରରୁ ଜଣେ, ଝାରସୁଗୁଡ଼ାରୁ ଜଣେ, ଖୋର୍ଦ୍ଧାରୁ ୨ ଜଣ, କଳାହାଣ୍ଡିରୁ ୩ ଜଣ, ପୁରୀରୁ ଜଣେ, ରାୟଗଡ଼ାରୁ ଜଣେ, ସମ୍ବୁଲପୁରରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ଜଣେ କରୋନାରେ ପ୍ରାଣ ହରାଇଛନ୍ତି ।