ରାମ ମନ୍ଦର ନିର୍ମାଣ ଲାଗି ବ୍ୟାଙ୍କ ଖାତାରେ ହଜାରେ କୋଟି ଟଙ୍କା

ଅଯୋଦ୍ଧା: ଅଯୋଦ୍ଧାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ଚାନ୍ଦା ଆଦାୟ ପ୍ରକ୍ରିୟା ଜୋରସରରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୫୦ ହଜାର ଟିମ୍ ଧନ ସଂଗ୍ରହ କାର୍ଯ୍ୟକ୍ରମ କରୁଛି। ଟିମ୍ ଦ୍ୱାରା ଯେଉଁ ଧନ ସଂଗ୍ରହ କରାଯାଉଛି ତାକୁ ୩୭ ହଜାର ବ୍ୟକ୍ତି ବ୍ୟାଙ୍କରେ ଡିପୋଜିଟ୍ କରୁଛନ୍ତି।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ଚମ୍ପତ୍ତ ରାୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କେତେ ଧନରାଶି ସଂଗ୍ରହ ହୋଇଛି ଠିକ୍ ଭାବେ କହିବା କଷ୍ଟକର। କିନ୍ତୁ ପାଖାପାଖି ହଜାରେ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି। ଏହାସହ ଅନେକ ଦାନକାରୀଙ୍କ ଟଙ୍କା ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇନାହିଁ।