Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଜୁରାତି ଓ ହଳଦୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଜୁରାତି ଓ ହଳଦୀ

ଯଦି ଆପଣଙ୍କୁ ବାରମ୍ବାର ବ୍ୟସ୍ତ ଲାଗିବା ଭଳି ଅନୁଭବ ହୋଇଥାଏ, ତେବେ ଆପଣ ନିୟମିତ ୨ରୁ ୩ ଥର ଗୁଜୁରାତି ନିଶ୍ଚୟ ଖାଆନ୍ତୁ। ଏପରି କରିବା ଦ୍ୱାରା ରକ୍ତ ଚାପ ସଠିକ ରହିବା ସହ ବ୍ୟସ୍ତତା ଅନୁଭବ ହୋଇନଥାଏ।
ଗୁଜୁରାତି ଖାଇବା ଦ୍ୱାରା ପାଚନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଖାଦ୍ୟ ଭଲ ଭାବେ ହଜମ କରିବା ସହ ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ। ନିୟମିତ ସକାଳେ ଗୁଜୁରାତିକୁ ସିଝାଇ ଏହାର ପାଣି ପିଇଲେ ପାଚନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ଗୁଜୁରାତିରେ ଆଣ୍ଟି- ଅକ୍ସିଡ଼ାଣ୍ଟ ରହିଛି। ଯାଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଯେଉଁମାନଙ୍କୁ ମଧୁମେହ ହୋଇଛି, ସେମାନଙ୍କ ପାଇଁ ଗୁଜୁରାତି ବେଶ ଉପକାରୀ। ଚା’ ପିଉଥିଲେ ମଧୁମେହ ରୋଗୀମାନେ ଏଥିରେ ଗୁଜୁରାତି ପକାଇ ପିଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ହୋଇ ରହିଥାଏ।
ଯଦି ଆପଣଙ୍କୁ କାଶ, ଥଣ୍ଡା ଲାଗି ରହୁଥାଏ। ନିୟମିତ ରାତିରେ କିଛି ଗୁଜୁରାତି ଖାଇ ପାଣି ପିଅନ୍ତୁ। ଏହା ଦ୍ୱାରା ଖୁବ ଲାଭ ମିଳିଥାଏ। ଖାଦ୍ୟରେ ଗୁଜୁରାତି ବ୍ୟବହାର କରିବା ଦ୍ୱାରା ଖାଦ୍ୟ ସ୍ୱାଦିଷ୍ଟ ହେବା ସହ ଓଜନ ହ୍ରାସ ମଧ୍ୟ ହୋଇଥାଏ।

ବଦହଜମି ଦୂର କରେ- ଯଦି ବଦହଜମି ସମସ୍ୟା ଲାଗି ରହୁଥାଏ, ତେବେ ହଳଦୀ ଆପଣଙ୍କ ପାଇଁ ଆଶୀର୍ବାଦ ଠାରୁ କମ ନୁହେଁ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ରହିଛି। ଯାହା ବଦହଜମିକୁ ଦୂର କରେ। ଏହାସହ ଖାଦ୍ୟ ହଜମ ସମସ୍ୟାକୁ ଦୂର କରିବା ସହ ଏସିଡ଼ିଟି ଦୂର କରେ।

ତ୍ୱଚା ପାଇଁ ଲାଭଦାୟକ- ତ୍ୱଚା ପାଇଁ ହଳଦୀ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାକୁ ଉଜ୍ୱଳ କରିଥାଏ। କଞ୍ଚା ହଳଦୀ ଖାଇବା ଦ୍ୱାରା ମଧ୍ୟ ତ୍ୱଚା ପାଇଁ ଖୁବ ଲାଭଦାୟକ। ଏହା ମୁହଁର ବିଭିନ୍ନ ଦାଗକୁ ଦୂର କରିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ- ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି। ଫଳରେ ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ଓ ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଥଣ୍ଡା ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ।

ମସ୍ତିଷ୍କ ପାଇଁ ହିତକାରକ- ହଳଦୀରେ ଏପରି ପୋଷକ ତତ୍ତ୍ୱ ରହିଛି , ଯାହା ମସ୍ତିଷ୍କକୁ ସୁସ୍ଥ ରହିଥାଏ। ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ପିଲାମାନଙ୍କୁ ନିୟମିତ କ୍ଷୀରରେ ହଳଦୀ ମିଶାଇ ପିଇବାକୁ ଦେଲେ ସେମାନଙ୍କର ଶାରିରୀକ ଓ ମାନସିକ ବିକାଶ ହୋଇଥାଏ।

ଓଜନ ହ୍ରାସ କରିଥାଏ- ଓଜନ ହ୍ରାସ ପାଇଁ ମଧ୍ୟ ଆପଣ ହଳଦୀକୁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ।