ପାକିସ୍ତାନରେ ୪ ଘଣ୍ଟା ବ୍ଲକ୍ ହୋଇଗଲା ସୋସିଆଲ ମିଡିଆ

ଇସଲାମାବାଦ,ଏଜେନ୍ସି: ଫ୍ରାନ୍ସ ବିରୋଧୀ ଆନ୍ଦୋଳନ ଜୋର ଧରିଥିବା ପରିପ୍ରେକ୍ଷୀରେ ଶୁକ୍ରବାର ପାକିସ୍ତାନରେ ୪ ଘଣ୍ଟା ପାଇଁ ଫେସବୁକ୍, ଟ୍ୱିଟର, ହ୍ୱାଟସଆପ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଭଳି ସବୁ ସୋସିଆଲ ମିଡିଆ ବ୍ଲକ୍ କରାଯାଇଥିବା ଜଣାପଡିଛି। ଶୁକ୍ରବାର ପୂର୍ବାହ୍ନ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିଥିଲା। ପ୍ରଫେଟ ମହମ୍ମଦଙ୍କ ଏକ କାର୍ଟୁନକୁ କେନ୍ଦ୍ରକରି ‘ତେହେରିକ୍ ଲବାଇକ୍ ପାକିସ୍ତାନ’ ସଂଗଠନ ପକ୍ଷରୁ ପାକିସ୍ତାନର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଥିବାରୁ ସୋସିଆଲ ମିଡିଆ ଉପରେ ଏଭଳି ସାମୟିକ କଟକଣା ଜାରି କରାଯାଇଥିବା ଜଣାପଡ଼ିଛି।