ନାଗାର୍ଜୁନ ବେଶରେ ସଜେଇ ହେବେ ମହାପ୍ରଭୁ

ପୁରୀ, ଏନଏନଏସ:  ଆଜି ଶ୍ରୀଜିଉଙ୍କ ଦିବ୍ୟ  ନାଗାର୍ଜୁନ ବେଶ।  ଦୀର୍ଘ ୨୫  ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ମହାପ୍ରଭୁ। ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ। ଚଳିତବର୍ଷ ପଞ୍ଚକ ୫ ଦିନ ବଦଳରେ ୬ ଦିନ ପଡୁଥିବାରୁ ବିଧି ଅନୁସାରେ ମଳ ଦ୍ୱାଦଶୀରେ ମହାପ୍ରଭୁଙ୍କ ନାଗା ବେଶ ଲାଗି ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି।

ଆଜି ବେଶ ଅନୁକୂଳ ଥିବାରୁ ତା’ ପୂର୍ବରୁ ସଂଗ୍ରହ ସରିଛି ଏସବୁ ଭଳିକି ଭଳି ସାମଗ୍ରୀ। ସନ୍ତରା ପଟ, ସୋଲ ଓ ବେତ ଆଦି ଦ୍ରବ୍ୟରେ ତିଆରି ହେବ ନାଗାର୍ଜୁନ ବେଶ ଲାଗି ସାଜ ଓ ସରଞ୍ଜାମ। ୨୫ ବର୍ଷ ଅନ୍ତରରେ ଏହି ବେଶ ପଡୁଥିବାରୁ ଏହାକୁ ନେଇ ବେଶ୍ ଉତ୍ସାହୀ ଓ ଭାବବିହ୍ୱଳ ହୋଇପଡ଼ିଛନ୍ତି ଶିଳ୍ପୀ।