କ୍ରିକେଟର ମହମ୍ମଦ ସାମିଙ୍କ ନାଁରେ ୱାରେଣ୍ଟ ଜାରି

ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ ନାମରେ ଆଲିପୁର କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ୧୫ଦିନ ମଧ୍ୟରେ କୋର୍ଟରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ହିଂସା ମାମଲାରେ ସେ ଫସିଥିଲେ। ତାଙ୍କର ପତ୍ନୀ ହାସିନଙ୍କ ମାମଲା ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ବର୍ତ୍ତମାନ ମହମ୍ମଦ ସାମୀ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ଚଳିତ ବର୍ଷ କ୍ରିକେଟ୍ ବିଶ୍ୱକପରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।