ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ଠାରୁ ଆରମ୍ଭ ହୋଇଛି ବିିଧାନସଭା ୟୁଟ୍ୟୁବ୍ ଚ୍ୟାନେଲ୍। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ଆରମ୍ଭ ନେଇ ବାଚସ୍ପତିଙ୍କ ସୂଚନା। ଏଥିରେ ବିଧାନସଭା ସମ୍ପର୍କିତ ସମସ୍ତ ଖବର ପ୍ରସାରଣ ହେବ। ଏହାସହ ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ମଧ୍ୟ ଆସିବ। ପରବର୍ତ୍ତୀ ମୁହୂର୍ତ୍ତରେ ବିଧାନସଭା ଟିଭି ଆରମ୍ଭ ହେବ। ଫଳରେ ଘରେ ବସି ବିଧାନସଭା ସଂକ୍ରାନ୍ତୀୟ ଟିକିନିକ୍ ଖବର ଦେଖିପାରିବେ ଜନତା। ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ଆରମ୍ଭ ହେବ ବୋଲି ବାଚସ୍ପତିଙ୍କ ସୂଚନା। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।