ଆଜିଠୁ ଯାତ୍ରା କଳାକାରଙ୍କ ଅନଶନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠାରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନରେ ବସିବେ ଯାତ୍ରା କଳାକାର। ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସହ ୧୨ ଦଫା ଦାବି ପୂରଣ ଦାବିରେ ଆମରଣ ଅନଶନ ଓ ଗଣଧାରଣା ଦେବ ସଂଘ।

୨୩ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନକଲେ ୨୪ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ କଳାକାରମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି। ଶିକ୍ଷାନୁଷ୍ଠାନ ଠାରୁ ଧର୍ମାନୁଷ୍ଠାନ ପର୍ଯ୍ୟନ୍ତ ସବୁ ଖୋଲିଯାଇଥିବାରୁ ଯାତ୍ରା କଳାକାରଙ୍କୁ ମଞ୍ଚକୁ ଫେରାଇ ଆଣିବାର ଦାବି ରଖିଛନ୍ତି କଳାକାର। ପୂର୍ବରୁ ୫ ଶହ ଦର୍ଶକଙ୍କୁ ନେଇ ଯାତ୍ରା ଅନୁମତି ଦିଆଯାଇଥିଲା। କିନ୍ତୁ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ କଳାକାର ସଂଘ ପକ୍ଷରୁ ଦାବି ହୋଇଛି।