ବଦଳିଲା ସରକାରୀ ସ୍କୁଲ ଶିକ୍ଷକଙ୍କର କାର୍ଯ୍ୟବଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶିକ୍ଷା ପ୍ରଣାଳିକୁ ଆହୁରି ଶକ୍ତଶଳି ରିବା ପାଇଁ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ଶିକ୍ଷକମାନଙ୍କ ଦୈନିକ କାର୍ଯ୍ୟାବଧ ସମୟକୁ ବଦଳାଇଛନ୍ତି। ଏହି ସମୟକୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ସ୍କୁଲରେ କାର୍ଯ୍ୟକାରୀ କରାଯିବ। ଏବେ ସମସ୍ତ ଶିକ୍ଷକ ୭ଘଂଟା କାମ କରିବାକୁ ବାଧ୍ୟ। ବ୍ଲକ ଏଜଚୁକେସନ ଅଫିସର ଏହି ନିର୍ଦ୍ଦେଶାବଳୀ ଭୁବନେଶ୍ୱରରେ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ପଠାଇ ଦେଇଛନ୍ତି। ବର୍ତମାନ ଶିକ୍ଷକମାନଙ୍କ କାର୍ଯ୍ୟ କରିବା ସମୟ ସକାଳ ୯.୩୦ରୁ ସଂନ୍ଧ୍ୟା ୪.୩୦ ପର୍ଯ୍ୟନ୍ତ ରହିବ। ଏହା ସହିତ ଆହୁରି କିଛି ନିର୍ଦ୍ଦେଶାବଳି ମଧ୍ୟ ଦିଆଯାଇଅଛି। ଏଣିକି ସ୍କୁଲ କର୍ତୃପକ୍ଷ ସ୍କୁଲ ବିକାଶ ଯୋଜନା ଓ ଛାତ୍ର ସଫଳ ଯୋଜନା ସ୍କୁଲର ଡିସପ୍ଲେବୋର୍ଡରେ ପରିଦର୍ଶନ କରିବେ। ଛାତ୍ରମାନଙ୍କ ପାଇଁ ପ୍ରତ୍ୟେକ ସ୍କୁଲରେ ୱାଟର ଫିଲଟର ଲାଗିବ। ପ୍ରତ୍ୟେକ ଶ୍ରେଣୀରେ ଚଟାଇ ପଡ଼ିବ। ମଧ୍ୟାହ୍ନ ଭୋଜନ ସମୟରେ ସମସ୍ତ ଶିକ୍ଷକଙ୍କୁ ଉପସ୍ଥିତ ରହିବାକୁ ପଡ଼ିବ। ସ୍କୁଲ କର୍ତୃପକ୍ଷଙ୍କୁ ଛାତ୍ରଛାତ୍ରୀଙ୍କର ଯତ୍ନ ନେବା ସହ ସେମାନଙ୍କୁ ‘ଗରିମା ଆୱାର୍ଡ’ ପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ । ଯଦି କୌଣସି ସ୍କୁଲ ଗରିମା ଆୱାର୍ଡ ପାଇବାରେ ଅସଫଳ ହୁଅନ୍ତି ତେବେ ସେହି ସ୍କୁଲକୁ ଅଯୋଗ୍ୟ ଘୋଷଣା କରାଯିବ।