ମାତ୍ର ୩୨ ହଜାର କାଳିଆ ହିତାଧିକାରୀ ଅଯୋଗ୍ୟ : ପ୍ରତାପ ଦେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ସର୍ବୋତ୍କୃଷ୍ଟ ଲୋକାଭିମୁଖୀ କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ପୂର୍ବରୁ ୨ ଲକ୍ଷ ୬୭ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ତାଲିକା ଯାଞ୍ଚ ହେବା ପରେ ମୋଟ ୩ ଲକ୍ଷ ୪୧ ହଜାର ହିତାଧିକାରୀ ଅଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଗତକାଲି ରାଜ୍ୟ କୃଷି ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ କହିଥିଲେ। ଏଥିରେ ସରକାରୀ ଚାକିରିଆ ସହିତ ନାବାଳକ ଓ ନାବାଳିକା ମଧ୍ୟ ରହିଥିବା ଜଣାପଡିଛି। ତେବେ ବୁଧବାର ଏକ ବିଜ୍ଞପ୍ତିରେ ରାଜ୍ୟସଭା ସାସଂଦ ଓ ବିଜେଡି ସ୍ପୋକ୍ସ ପରସନ ଶ୍ରୀ ପ୍ରତାପ ଦେବ ମିଡିଆକୁ କହିଛନ୍ତି ଯେ, ତାହା ପ୍ରକୃତରେ ୩ଲକ୍ଷ ୪୧ ହଜାର ନୁହେଁ,ମାତ୍ର ୩୨ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାର ଲାଭ ନେଇଛନ୍ତି। ଏହା ସତ୍ୟ ଯେ, ତାଙ୍କ ମଧ୍ୟରେ ୨୦ହଜାର ସରକାରୀ କର୍ମଚାରି ଓ ପେନସନ ଭୋଗୀଙ୍କ ସହ ୧୨ହଜାର ବଡ଼ ଚାଷୀ ଅଛନ୍ତି।
କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀ ଶୀଘ୍ର ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରର ବିଭିନ୍ନ ଯୋଜନାରେ ସମୀକ୍ଷା କରିବା ପାଇଁ ଦିନିକିଆ ଦିଲ୍ଲୀ ଗସ୍ତରେ ଯାଇ ଗଣମାଧ୍ୟମକୁ ପତିକ୍ରିୟା ଦେଇ କହିଛନ୍ତି।
ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଫଣ୍ଡିଙ୍ଗ ନେଇ ସମୀକ୍ଷା କରିବେ। ଏହା ସହ କେନ୍ଦ୍ରରେ ବକେୟା ଥିବା ରାଶି ନେଇ ମଧ୍ୟ ସମୀକ୍ଷା କରିବେ। ଏହା ସହ ଜଗା କାଳିଆଙ୍କ ସଫଳ ଅସ୍ତ୍ରୋପଚାର ପାଇଁ ଏମସ ଡାକ୍ତରଙ୍କୁ ଧନ୍ୟବାଦ ଦେଇଥିଲେ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଏମସ ନିର୍ଦ୍ଦେଶକ ଦେଉଥିବା ଅର୍ଥ ରାଶିକୁ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ। ଗୁରୁବାର ସକାଳେ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ।