୫ ସେକେଣ୍ଡରେ କରୋନା ଯାଞ୍ଚ !

ନୂଆଦିଲ୍ଲୀ: କରୋନାର ବ୍ୟାପକତାକୁ ଦୃଷ୍ଟିରେ ରଖି ଆଇଆଇଟି ଦିଲ୍ଲୀର ଜଣେ ପ୍ରଫେସର ଏକ ସଫ୍ଟୱେୟାର ବିକଶିତ କରିଛନ୍ତି। ଯଦ୍ୱାରା ସନ୍ଦିଗ୍ଧ କରୋନା ରୋଗୀଙ୍କ ଏକ୍ସରେ ସ୍କାନକୁ ପ୍ରୟୋଗ କରି ମାତ୍ର ୫ ସେକେଣ୍ଡରେ କୋଭିଡ-୧୯ ଚିହ୍ନଟ ହୋଇପାରିବ। ଏହି ସଫ୍ଟୱେୟାରକୁ କାର୍ଯ୍ୟକାରୀ କରିବା ପାଇଁ ଆବେଦନ କରିବା ସହ ସମୀକ୍ଷା ଲାଗି ଆଇସିଏମଆରକୁ ପଠାଇ ଦିଆଯାଇଛି। ଏହି ସଫ୍ଟୱେୟାରକୁ ବିକଶିତ କରିବା ପାଇଁ ୪୦ ଦିନ ଲାଗିଥିଲା। ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର କମଲ ଜୈନ ଦାବି କରିଛନ୍ତି କି, ଏହା କରୋନା ଯାଞ୍ଚର ଖର୍ଚ୍ଚ କମ୍ କରିବ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଭାଇରସ ସମ୍ପର୍କରେ ଆସିବାକୁ ମଧ୍ୟ ରୋକିବ। ଅନ୍ୟପଟେ ଏହି ସଫ୍ଟୱେୟାରକୁ ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ସଂସ୍ଥା ସୁନିଶ୍ଚିତ କରିନାହିଁ।