ଆଜି ରଥଖଳାରେ ସମସ୍ତ ଚକ ସହ ଅଖ ଡେରାର କାର୍ଯ୍ୟକ୍ରମ ଆରମ୍ଭ

ପୁରୀ,ଏନ୍ଏନ୍ଏସ୍: ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। କରୋନା ପାଇଁ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲେ ହେଁ ସେବାୟତମାନେ କାମକୁ ଜୋରଦାର ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରଥଖଳାରେ ସମସ୍ତ ଚକ ସହ ଅଖ ଡେରାର କାର୍ଯ୍ୟକ୍ରମ ଆରମ୍ଭ ହାଇଛି। ତିନି ରଥର ସମସ୍ତ ଚକ ଅଖ ଡେରା ଆରମ୍ଭ। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଚକ ଅଖ ଡେରା ଯାଇଛି। ଗତକାଲି ପଞ୍ଚ ମହାଦେବଙ୍କୁ ପନ୍ତି ଭୋଗ ପରେ ଆଜି ଚକ ଅଖ ଡେରା ବିଧି କରାଯାଉଛି।

ପୂର୍ବରୁ ଭଉଁରୀ ଅବସରରେ ତିନିରଥର ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୋଗ କରାଯାଇଥିବା ଵେଳେ ଆଜି ସମସ୍ତ ୪୨ଟି ଚକରେ ଅଖ ସଂଯୋଗ କରାଯିବ । ସେଥିପାଇଁ ରଥଖଳାରେ ମହାପ୍ରଭୁଙ୍କ ଚକ ଅଖ ଡେରା କାର୍ଯ୍ୟର ଆରମ୍ଭ ହୋଇଛି । ଏହାଛଡା ଆସନ୍ତା ସ୍ନାନଯାତ୍ରା ପାଇଁ ତିନିରଥର ଚାରି ନାହାକା ଟେକିବା ପରମ୍ପରା ଥିବାରୁ ତାର ପ୍ରସ୍ତୁତି ଓ ନିର୍ମାଣରେ ଲାଗିଛନ୍ତି ବିଶ୍ୱକର୍ମା ମହାରଣା।