ପୁରୀ,ଏନ୍ଏନ୍ଏସ୍: ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମହାପ୍ରଭୁଙ୍କ ଦର୍ଶନ ପରେ ଶାନ୍ତି ମିଳିଲା, ବହୁତ ଖୁସି ଲାଗିଲା ଦେଶରେ ଶାନ୍ତି ବଜାୟ ରହୁ, ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି ହେଉ, ଦେଶରେ ହିଂସାଜନକ ସ୍ଥିତି ଠିକ୍ ନୁହେଁ, ନବୀନ ପଟ୍ଟନାୟକ ହେଉଛନ୍ତି ମୋର ବନ୍ଧୁ ବୋଲି ମମତା କହିଛନ୍ତି।

୪ ଦିନିଆ ଓଡ଼ିଶା ଗସ୍ତରେ ଆସି ମଙ୍ଗଳବାର ସେ ପୁରୀ ଯାତ୍ରା କରିଥିଲେ। ୩ ଦିନ ଧରି ସେ ପୁରୀରେ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି। ତାଙ୍କ ନିରାପତ୍ତା ଲାଗି କଡ଼ା ପୁଲିସ୍ ବ୍ୟବସ୍ଥା କରାଯାଇଛି।
