୫-ଟି ସ୍ୱତନ୍ତ୍ର ସଚୀବଙ୍କ ଟିମ୍ କେନ୍ଦ୍ରାପଡ଼ାରେ ୪ ମାସ ମଧ୍ୟରେ ଶିଶୁ ମାତୃ ସ୍ୱତନ୍ତ୍ର ଚିକିତ୍ସାଳୟ କାର୍ୟ୍ୟ ସାରିବାକୁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା, ଏନ୍ଏନ୍ଏସ୍ : ୫-ଟି ସ୍ୱତନ୍ତ୍ର ସଚୀବ ଭି. କାର୍ତିକେୟନ୍ ପାଣ୍ଡିଆନ୍ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡାକୁ ଅଚାନକ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ, ବଳଦେବଜୀଉ ମନ୍ଦିର, ଶାମଗୁଡିଆସ୍ଥିତ ମାତୃ ଶିଶୁ ସ୍ୱତନ୍ତ୍ର ନିର୍ମାଣାଧିନ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିଦର୍ଶନ ସମୟରେ ବିଭିନ୍ନ ୱାର୍ଡ ବୁଲି ଦେଖିବା ସହିତ ରୋଗୀମାନଙ୍କ ସହ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରିଥିଲେ । ନିରାମୟରୁ େଔଷଧ କିଣିବା ପାଇଁ ଡାକ୍ତରମାନଙ୍କୁ ପରାମର୍ଶ କରିବାସହ ଅବହେଳା ପ୍ରଦର୍ଶନ କରିଥିବା ଡାକ୍ତର ଓ କର୍ମଚାରୀ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡାକ୍ତରଖାନା ପରିସରରେ ପାନୀୟ ଜଳ ଓ ରୋଗୀ ସଂପର୍କୀୟ ଓ ଝାଡା ପରିସ୍ରା ପାଇଁ ଶୈାଚାଳୟ ନିର୍ମାଣ କରିବା ପାଇଁ ସିଡିଏମ୍ଓ ଡାକ୍ତର ଉର୍ମିଳା ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶାମଗୁଡିଆସ୍ଥିତ ମାତୃ ଶିଶୁ ସ୍ୱତନ୍ତ୍ର ନିର୍ମାଣାଧିନ ଚିକିତ୍ସାଳୟ ପରିବେଷଣ କରି ତୁରନ୍ତ କାର୍ୟ୍ୟ ଶେଷ କରିବା ପାଇଁ ଠିକାଦାର ଓ କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ସ୍ୱାସ୍ଥ୍ୟ ମିଶନ୍ର ସଚିବ ଶାଳିନୀ ପଣ୍ଡିତ୍ ଓ ସଚିବ ସୁରେଶ ମହାପାତ୍ର ପ୍ରମୁଖଙ୍କ ସହିତ ଅନ୍ୟ ବରିଷ୍ଠ କର୍ମଚାରୀ ଉପସ୍ଥିତ ଥିଲେ ।