କରୋନା ଯୋଗୁ ଚଳିତ ବର୍ଷ  ସ୍କୁଲ ସିଲାବସ୍ କମିବ: ସ୍କୁଲ ଓ ଗଣିଶିକ୍ଷା ମନ୍ତ୍ରୀ

 ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ସ୍କୁଲ ସିଲାବସ୍ କମିବ। ଏନେଇ ସ୍କୁଲ ଓ ଗଣିଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ସିଲାବସ ହ୍ରାସ ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଥିବା ସେ ପ୍ରକାଶ କରିଛନ୍ତି। ଆଉ କେତେ ପ୍ରତିଶତ ସିଲାବସ୍ କମିବ ସେନେଇ ପିଲାଙ୍କୁ ଆଗୁଆ ଜଣାଇ ଦିଆଯିବ। ଅନ୍ୟପଟେ କେବେ ସ୍କୁଲ ଖୋଲିବ ସେନେଇ ସ୍ଥିର ହୋଇପାରୁନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ପ୍ରଥମରୁ ଦଶମ ଶ୍ରେଣୀ ପାଇଁ ଏସସିଇଆରଟି କମିଟି ଓ ଯୁକ୍ତ ଦୁଇ ପାଇଁ ସିଏଚଏସଇ ନିଷ୍ପତ୍ତି ନେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।