ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଆରଟିଆଇ ପରିସରକୁ ଆସିବ ଭିଜିଲାନ୍ସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆରଟିଆଇ ପରିସରକୁ ଆସିବ ଭିଜିଲାନ୍ସ। ଏନେଇ ସୋମବାର ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ମାମଲାର ବିଚାର କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏ ସମ୍ପର୍କିତ ସଂଶୋଧିତ ବିଜ୍ଞପ୍ତି ଚାରି ସପ୍ତାହ ମଧ୍ୟରେ ପ୍ରକାଶ ପାଇବ। ଗୋପନୀୟ ଓ ସମ୍ବେଦନଶୀଳ ପ୍ରସଙ୍ଗ ଛାଡି ଅନ୍ୟ ସବୁ ଆରଟିଆଇକୁ ଆସିବ। ବିଭାଗର ଅନ୍ୟ ସମସ୍ତ ଅଂଶ ପବ୍ଲିକ ଡୋମେନରେ ଦେବାକୁ କୁହାଯାଇଛି। ଭିଜିଲାନ୍ସ ଆରଟିଆଇରୁ ବାଦ ନେଇ ୨୦୧୬ ମହିସା ଅଗଷ୍ଟ ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଏକାଧିକ ବ୍ୟକ୍ତି ହାଇକୋର୍ଟରେ ପିଟିସନ କରିଥିଲେ।