ଏଏସପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ ମାରିଛି । ୪ ଘଣ୍ଟାର ଚଢ଼ଉରେ ୪ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି । ଉଭୟ ହସ୍ପିଟାଲ ଓ ଔଷଧ କାରବାର ତ୍ରିନାଥଙ୍କ ପତ୍ନୀଙ୍କ ନାମରେ ରହିଛି । ହସ୍ପିଟାଲରେ ଥିବା ଅତ୍ୟାଧୁନିକ ଯନ୍ତ୍ରପାତିର ମୂଲ୍ୟାୟନ ଜାରି ରହିଛି । ଚଣ୍ଡିଖୋଲ ଓ ଧାନ ମଣ୍ଡଳରେ ଟ୍ରାନ୍ସପୋର୍ଟ ବ୍ୟବସାୟ ରହିଥିବା ଜଣାପଡ଼ିଛି । କଟକ ମହାନଦୀ ବିହାରରେ ୨ ପୁଅଙ୍କ ନାଁରେ ଔଷଧ ଉଦ୍ୟୋଗ ରହିଛି । ଏସବୁ ବ୍ୟବସାୟ ବ୍ୟତୀତ ତ୍ରିନାଥଙ୍କର ଅମାପ ସମ୍ପତ୍ତି ଠାବ ହୋଇଛି । ସେହିପରି ଭୁବନେଶ୍ୱର ଓ ଯାଜପୁରରେ ୩ଟି ପ୍ଲଟ ଓ ନଗଦ ୩.୫ ଲକ୍ଷ ଟଙ୍କା ଠାବ ହୋଇଛି । ଏତଦବ୍ୟତୀତ ବିଏମଡବ୍ଲ୍ୟୁ କାର ଓ ଅନେକ ରେସିଙ୍ଗ ବାଇକ ମଧ୍ୟ ଜବତ ହୋଇଛି । ସବୁ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ୦୦୦୫ ରହିଥିବା ଜଣାପଡ଼ିଛି ।