ଏପ୍ରିଲ ୨ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉପରାଷ୍ଟ୍ରପତି ଭେଙ୍କୟା ନାୟଡ଼ୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏପ୍ରିଲ ୨ ତାରିଖ ୧୧ଟା ୧୫ରେ ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେହି ଦିନ ସଂନ୍ଧ୍ୟାରେ କଟକ ସାରଳା ଭବନରେ ଆଦିକବି ସାରଳା ଦାସଙ୍କ ୬ଶହ ତମ ଜୟନ୍ତୀ ଉତ୍ସବରେ ଯୋଗଦେବେ। ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୩ ତାରିଖ ସଂନ୍ଧ୍ୟା ୫ଟାରେ ଦିଲ୍ଲୀ ଫେରିବେ ବୋଲି ଜଣାପଡ଼ିିଛି।