ଆଜିଠୁ ବିଏମସିର ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଆଜିଠୁ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ ଅଭିଯାନ ଆରମ୍ଭ ହୋଇଛି। ବିଏମସିର ୩ଟି ଜୋନର ୬ଟି ଆପାର୍ଟମେଣ୍ଟରେ ଟିକାକରଣ ଚାଲିଛି। ପ୍ରତି ଆପାର୍ଟମେଣ୍ଟରେ ୨ଶହ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନ ମୁଖ୍ୟତଃ ୪୫ରୁ ଉର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ। ଏନେଇ ବିଏମସି ଜେଡିସି ଅଂଶୁମାନ ରଥ ସୂଚନା ଦେଇଛନ୍ତି। ଏହି ଅଭିଯାନ ନିମନ୍ତେ ରେସିଡେନ୍ସିଆଲ ୱେଲଫେୟାର ଆସୋସିଏସନ୍ ଆବେଦନ କରିଥିଲା।