ଭୁବନେଶ୍ୱର,ଏନ୍ଏନ୍ଏସ୍: ଜାନୁଆରୀ ପହିଲାରୁ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଟିକା। ଏଥିପାଇଁ ରାଜ୍ୟରେ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ । ଯେଉଁଠି ଦିନତମାମ ଟୀକାକରଣ ଚାଲିବ। ଏହାସହ ଯେଉଁ ଟିକା କେନ୍ଦ୍ରଗୁଡିକ ବର୍ତ୍ତମାନ ପୂର୍ବରୁ ଅଛି, ସେଠାରେ ପୂର୍ବାହ୍ନ ସକାଳ ୮ରୁ ଦିନ ୧ ଟା ପର୍ଯ୍ୟନ୍ତ ପିଲାମାନଙ୍କୁ କେବଳ ଟିକା ଦିଆଯିବ ଏବଂ ଅପରାହ୍ନ ସମୟରେ ଅନ୍ୟମାନଙ୍କୁ ଟିକା ଦିଆଯିବ। ୨୦୦୭ କିମ୍ବା ତା ପୂର୍ବରୁ ଯେଉଁ ପିଲା ଜନ୍ମ ହୋଇଛନ୍ତି, ସେମାନେ ଟିକା ନେବାପାଇଁ ଯୋଗ୍ୟ ଆଧାର ନଥିଲେ, ସ୍କୁଲ ଆଇ କାର୍ଡ ବା ପରିଚୟପତ୍ର ଦେଖାଇ ମଧ୍ୟ ଟିକା ପାଇଁ ପଞ୍ଜିକରଣ କରିପାରିବେ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
୩୪ ଲକ୍ଷ ଲୋକ ଏବେ ପ୍ରଥମ ଡୋଜ ନେବା ପାଇଁ ବାକି ଥିବାବେଳେ ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେବା ପାଇଁ ବାକି ଅଛନ୍ତି। ଏନେଇ ସ୍କୁଲରେ ସ୍ୱତନ୍ତ୍ର ଟିକା କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ। ଅନ୍ୟପଟେ ବୁଷ୍ଟର ଡୋଜ ନେବା ପାଇଁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୌଣସି ଡାକ୍ତରୀ ସାର୍ଟିଫିକେଟ ଦରକାର ନାହିଁ। ସେମାନେ କେବଳ ଡାକ୍ତରଙ୍କ ପରାମର୍ଶ ନେଇ ଟିକା ନେଇପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।