ଉତ୍ତର ପ୍ରଦେଶ: ପୂର୍ବତନ ମନ୍ତ୍ରୀଙ୍କ ସିଲ୍‌ କାରଖାନାରେ ଚଢ଼ଉ, ମାଂସ ପ୍ୟା‌କିଂ କରୁଥିବା ବେଳେ ୧୦ ଗିରଫ

ମେରଠ,ଏନ୍ଏନ୍ଏସ୍: ଉତ୍ତରପ୍ରଦେଶର ମେରଠରେ ପୂର୍ବତନ ମନ୍ତ୍ରୀ ହାଜି ୟାକୁବ କ୍ୟୁରେଶୀଙ୍କ ହାପୁଡସ୍ଥିତ ମାଂସ କାରଖାନାରେ ଚଢ଼ଉ ହୋଇଛି। ପୁଲିସକୁ ସୂଚନା ମିଳିଥିଲା ଯେ, ବହୁଜନ ସମାଜ ପାର୍ଟି ସରକାରରେ ମନ୍ତ୍ରୀ ହାଜି ୟାକୁବ କ୍ୟୁରେଶୀଙ୍କ ମାଂସ କାରଖାନାରେ ବେଆଇନ ଭାବେ ମାଂସ ପ୍ୟାକିଂ ହେଉଥିଲା। ଏଥି ସିହତ କାରଖାନାରେ ମାଂସର ପ୍ରୋସେସିଂ ମଧ୍ୟ ହେଉଥିଲା।

ଚଢ଼ଉ ସମୟରେ ପୁଲିସ ମାଂସ କାରଖାନାର ୧୦ ଜଣଙ୍କୁ ଗିରଫ କରିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ହାଜି ୟାକୁବଙ୍କ ପୁଅ ଇମ୍ରାନ ୟାକୁବ ହେଉଛନ୍ତି ଏହି କାରଖାନର ନିର୍ଦ୍ଦେଶକ। ବିନା ଲାଇସେନ୍ସରେ ମାଂସ ପ୍ୟାକିଂ ଓ ପ୍ରୋସେସିଙ୍ଗ କାମ ଚାଲିଥିଲା।

ଚଢ଼ଉ ସମୟରେ ପୁଲିସ ୨ ଲକ୍ଷ ୪୦ ହଜାର କିଲୋ ପ୍ରୋସେସ ମାଂସ ଜବତ କରିଛି। ଏଥି ସହିତ ୬ ହଜାର ୭୦୦ କିଲୋ ବିନା ପ୍ରୋସେସିଙ୍ଗର ମାଂସ ଜବତ କରିଛି। ପୁଲିସର ସ୍ବତନ୍ତ୍ର ଟିମ୍‌ ଅଧିକ ତଦନ୍ତ କରୁଛି। ପୁଲିସ ଜାଣିବାକୁ ପାଇଛି ଯେ, ଆଲିପୁରରେ ପୂର୍ବତନ ମନ୍ତ୍ରୀ ହାଜି ୟାକୁବଙ୍କ ଅଲ ଫଇମ ମେଟିକସ ପ୍ରାଇଭେଟ ଲିମିଟେଡ ନାଁରେ କାରଖାନା ରହିଛି। ଏହି କାରଖାନା ବହୁଦିନରୁ ବନ୍ଦ ଥିଲା।