Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଉଠୁଛି ପଡୁଛି ରାଜଧାନୀ, ଅପୂର୍ବ ରୂପରେ ମା’ ଦେଉଛନ୍ତି ଦର୍ଶନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଉଠୁଛି ପଡୁଛି ରାଜଧାନୀ, ଅପୂର୍ବ ରୂପରେ ମା’ ଦେଉଛନ୍ତି ଦର୍ଶନ

 ଶାରଦୀୟ ପୂଜା ପାଇଁ ଷଷ୍ଠୀଠାରୁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର । ମା’ ଦୁର୍ଗାଙ୍କ ଆଗମନରେ ଦୁଲୁକିଛି ମନ୍ଦିରମାଳିନୀ ସହର। ଚଳିତବର୍ଷ ରାଜଧାନୀରେ ୧୭୨ଟି ପୂଜାମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଥିବାବେଳେ ପୂଜାମଣ୍ଡପଗୁଡ଼ିକର ସାଜସଜ୍ଜା, ଆଲୋକ ତୋରଣ ଓ ରାବଣ ପୋଡ଼ି ସମେତ ଭସାଣିରେ ଚମତ୍କାର କଳାଚାତୁରୀ ପ୍ରଦର୍ଶନ ଦର୍ଶକଙ୍କୁ ବିଭୋର କରିଆସୁଛି। ଚଳିତବର୍ଷ ମଧ୍ୟ ଏହି ଧାରାକୁ ବଜାୟ ରଖିବା ପାଇଁ ସମସ୍ତ ପୂଜା କମିଟି ବ୍ୟାପକ ଆୟୋଜନ କରିଛନ୍ତି।

ରସୁଲଗଡ ଦୁର୍ଗାପୂଜା

ରସୁଲଗଡ଼ରେ ଇନ୍ଦ୍ରପୁରୀକୁ କଳ୍ପନା କରାଯାଇ ଫୁଲ ମହଲରେ ମା’ଙ୍କୁ ବିରାଜମାନ କରାଯାଇଛି। ୭୦ଫୁଟ ଉଚ୍ଚତା ଓ ୧୬୫ ଫୁଟ ଓସାର ତୋରଣ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ୧୭ ଫୁଟ୍ ଉଚ୍ଚତାରେ ସିଂହବାହିନୀରେ ଶ୍ରଦ୍ଧାଳଙ୍କୁ ଦର୍ଶନ ଦେଉଛନ୍ତି ମା’।

ବରମୁଣ୍ଡା ଦୁର୍ଗାପୂଜା

୨୦୦୦ ମସିହାରୁ ଏଠାରେ ପୂଜା ହେଉଥିବାବେଳେ ଚଳିତବର୍ଷ ମଧ୍ୟ ଏହି ପୂଜାକମିଟିକୁ ରାବଣ ପୋଡ଼ି ପାଇଁ ଅନୁମତି ମିଳିଛି। ଏଠାରେ ୬୦ଫୁଟ ଉଚ୍ଚର ନିର୍ମିତ ହେବ ରାବଣ। ଏଠାରେ ରାବଣ ପୋଡ଼ିରେ ବାଣ ଫୁଟାଇବା ଲାଗି ଦେଢ଼ ଲକ୍ଷ ଟଙ୍କା ଆତସବାଜି କରାଯିବ। କମିଟି ପକ୍ଷରୁ ଗୁଜରାଟର ପ୍ରସିଦ୍ଧ ଅକ୍ଷରଧାମରେ ବିରାଜିଛନ୍ତି ମା’ ଦୁର୍ଗା। ୧୨୦ଫୁଟ୍ ଉଚ୍ଚତା ଓ ୭୫ଫୁଟ୍ ଓସାରର ଏହି ତୋରଣ ସହ ମା’ଙ୍କ ୧୬ଫୁଟ୍ ମୂର୍ତ୍ତି ନିର୍ମାଣ ହୋଇଛି।

ଅଶୋକ ନଗର ଦୁର୍ଗାପୂଜା

 

ସହିଦ ନଗର ଦୁର୍ଗାପୂଜା

ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ନିର୍ମାଣ କରାଯାଇଛି ଲକ୍ଷେ୍ନø ରାଜପ୍ରାସାଦ ତୋରଣ। ୭୦ଫୁଟ ଉଚ୍ଚତା ଓ ୧୨୦ ଫୁଟ୍ ଓସାରର ତୋରଣ ପ୍ରସ୍ତୁତ କରାଯାଇଛି। ମା’ଙ୍କ ୧୮ଫୁଟ୍ ଉଚ୍ଚତାର ମୃଣ୍ମୟୀ ମୂର୍ତ୍ତି ପ୍ରସ୍ତୁତ ହୋଇଛି। ଚାନ୍ଦି ଅଳଙ୍କାର ସାଙ୍ଗକୁ ମା’ଙ୍କ ଅଢ଼େଇ କେଜିର ସୁନା ମୁକୁଟ ଝଟକୁଛି।

ଲକ୍ଷ୍ଣୀସାଗର ବ୍ୟବସାୟୀ ସଂଘ ଦୁର୍ଗାପୂଜା

 

ଷ୍ଟେସନ ବଜାର ଦୁର୍ଗାପୂଜା

 

ଝାରପଡା ଦୁର୍ଗାପୂଜା

 

ଭୀମଟାଙ୍ଗୀ ଦୁର୍ଗାପୂଜା

 

ବଡଗଡ ଦୁର୍ଗାପୂଜା

 

ନୟାପଲ୍ଲୀ ଦୁର୍ଗାପୂଜା

ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଗୁଜରାଟର ପଦ୍ମାବତୀ ପ୍ୟାଲେସ୍ ଆକୃତିର ତୋରଣ ନିର୍ମାଣ କରାଯାଇଛି। ୧୨୦ଫୁଟ୍ ଓସାର ଓ ୮୫ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ତୋରଣରେ ଶଙ୍ଖ, ଗୁଆ, ଶାମୁକା ଆଦି ଖଞ୍ଜା ଯାଇଛି। ୧୭ଫୁଟ୍ର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଅନ୍ୟତମ ଆକର୍ଷଣ।