ଆଜି ସୁସ୍ଥ ହେଲେ ଆଉ ୧୨୭୧ ସଂକ୍ରମିତ

ଭୁବନେଶ୍ୱର, ଏନଏନଏସ: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୨୭୧ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା  ୨,୯୬,୫୧୬କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ଟ୍ଵିଟ୍ କରି ଏହି ସୂଚନା ଦେଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୬ ଆରୋଗ୍ୟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୧୬, ବାଲେଶ୍ଵରରୁ ୧୦୩, ମୟୂରଭଞ୍ଜରୁ ୯୪, ଅନୁଗୁଳରୁ ୬୬, ଜଗତସିଂହପୁରରୁ ୫୮, ବରଗଡରୁ ୫୫, କଳାହାଣ୍ଡିରୁ ୫୦, ନୂଆପଡାରୁ ୪୬, କେନ୍ଦୁଝରରୁ ୪୫, ବଲାଙ୍ଗୀରରୁ ୪୩, କେନ୍ଦ୍ରାପଡାରୁ ୪୧, ନବରଙ୍ଗପୁରରୁ ୪୦, ଢେଙ୍କାନାଳରୁ ୩୫ ରୋଗୀ କରୋନା ମୁକ୍ତ ହୋଇଛନ୍ତି।ସେହି ପରି ପୁରୀରୁ ୩୪, ସମ୍ବଲପୁରରୁ ୩୦, ମାଲକାନଗିରିରୁ ୨୫, ସୁନ୍ଦରଗଡରୁ ୨୫, ଯାଜପୁରରୁ ୨୦, ରାୟଗଡାରୁ ୨୦, ଭଦ୍ରକରୁ ୧୯, ଝାରସୁଗୁଡାରୁ ୧୮, କୋରାପୁଟରୁ ୧୭, ସୋନପୁରରୁ ୧୬, ଗଞ୍ଜାମରୁ ୧୪, କନ୍ଧମାଳରୁ ୧୩, ଦେବଗଡରୁ ୧୧ ଓ ଗଜପତିରୁ ୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।