ଆଜି ସୁସ୍ଥ ହେଲେ ଆଉ ୧୧୦୧, ପଢନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୧୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୦୩୮୯୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୦୨ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୯୬, କଟକରୁ ୮୯, ମୟୁରଭଞ୍ଜରୁ ୬୮, ବଲାଙ୍ଗିରରୁ ୬୨, ବରଗଡରୁ ୬୦, କଳାହାଣ୍ଡିରୁ ୫୮, ପୁରୀରୁ ୬୦, ଜଗତସିଂହପୁରରୁ ୫୫, ଅନୁଗୁଳରୁ ୫୪, କେନ୍ଦ୍ରାପଡାରୁ ୪୭, ନୂଆପଡାରୁ ୪୪, କେନ୍ଦୁଝରରୁ ୪୨, ସମ୍ବଲପୁରରୁ ୩୭, ଭଦ୍ରକରୁ ୨୮, ଯାଜପୁରରୁ ୨୬, ଢେଙ୍କାନାଳରୁ ୨୩, ବାଲେଶ୍ୱରରୁ ୨୨, ନୟାଗଡରୁ ୧୪, ଗଞ୍ଜାମରୁ ୧୩, ଝାରସୁଗୁଡାରୁ ୧୩, କନ୍ଧମାଳରୁ ୧୧, ନବରଙ୍ଗପୁରରୁ ୧୧, ସୋନପୁରରୁ ୧୧, କୋରାପୁଟରୁ ୧୦, ବୌଦ୍ଧରୁ ୭, ଗଜପତିରୁ ୬, ମାଲକାନଗିରିରୁ ୬, ଦେବଗଡରୁ ୪, ରାୟଗଡାରୁ ୪ ଏବଂ ଷ୍ଟେଟପୁଲରୁ ୧୮ ଜଣ ସୁସ୍ଥ ହୋଇଛନ୍ତି।