ବାଲେଶ୍ୱର/ନୀଳଗିରି,ଏନଏନଏସ୍: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତ ଅର୍ନ୍ତଗତ କାଠଷଙ୍ଗଡା ଗ୍ରାମଠାରେ ଥିବା ତ୍ରିବେଣୀ ଘାଟରେ ସୋମବାର ଏକ ଅଘଟଣ ଘଟିଯାଇଛି। ନୀଳଗିରି ଅଞ୍ଚଳରୁ ୫ଜଣ ସାଙ୍ଗ ତ୍ରିବେଣୀ
ଘାଟରେ ଗାଧୋଉଥିବା ବେଳେ ନଦୀରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ସାଙ୍ଗ କୂଳକୁ ଫେରିଆସିଥିବା ବେଳେ ଅନ୍ୟ ୩ଜଣ ଭାସିଯାଇଥିଲେ। ଖବରପାଇ ବାଲେଶ୍ୱରରୁ ଓଡ଼୍ରାଫ୍ଟ ଟିମ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କର ମୃତଦେହ ଉଦ୍ଧାର କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଦୁଇଜଣ ନିଖୋଜ ଅଛନ୍ତି।
ମୃତକ ଜଣଙ୍କ ହେଉଛନ୍ତି ନୀଳଗିରି ଏନଏସି ଅର୍ନ୍ତଗତ କଦମସାହି ଗ୍ରାମର ସଚିନ୍ଦ୍ର ପତିଙ୍କ ପୁଅ ଅଙ୍କିତ ପତି(୨୧)। ନିଖୋଜ ଥିବା ଦୁଇ ଜଣ ସାଙ୍ଗ ହେଉଛନ୍ତି ନୀଳଗିରି ମିରିଗିଣି ଗ୍ରାମର ମୁକ୍ତି ମିଶ୍ରଙ୍କ ପୁଅ ମୃତ୍ୟୁଞ୍ଜୟ ମିଶ୍ର(୨୦) ଏବଂ ବିଜୟ ନାୟକଙ୍କ ପୁଅ ପିୟୂଷ ପ୍ରତ୍ୟୁଷ ନାୟକ(୨୦)। ଅନ୍ୟପଟେ କୂଳକୁ ଫେରିଆସିଥିବା ଦୁଇ ଜଣ ସାଙ୍ଗ ହେଉଛନ୍ତି ନୀଳଗିରି ନରସିଂପୁର ଅଂଚଳର ରଞ୍ଜନ କୁମାର ସଲ (୨୦) ଏବଂ ବାହାନଗା ବ୍ଲକ ଗୋପାଳପୁର ଅଂଚଳର ଜ୍ୟୋର୍ତିମୟ ଦାସ (୨୧)।