ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଚଳିତ ବର୍ଷ ବିଦ୍ୟୁତ କାଟ ହେବନି । ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀ ଦେବ କହିଛନ୍ତି ଯେ, ମୁଁ ପ୍ରତିଶ୍ରୁତି ଦେଉଛି ଏଥର ବିଦ୍ୟୁତ କାଟ ହେବନି । ଗ୍ରାମାଞ୍ଚଳରେ ବି ବିଦ୍ୟୁତ କାଟ ହେଉନି । ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଦ୍ୟୁତ କାଟ ହୋଇପାରେ । ଆମ ପାଖରେ ପର୍ଯ୍ୟାପ୍ତ ବିଜୁଳି ଅଛି । ଲୋକଙ୍କ ଡିମାଣ୍ଡ ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି ।