ନବୀନ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍ : ଦେଶର ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଧନୀ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି । ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ମୋଟ ୬୩ କୋଟି ଟଙ୍କା ହେବ । ଏଥିସହିତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମୋଟ ୫୧୦ କୋଟି ଟଙ୍କା ସହ ଧନୀ ତାଲିକାରେ ଶୀର୍ଷରେ ରହିଛନ୍ତି । ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ମୋଟ ୧୬୩ କୋଟି ଟଙ୍କାର ସମ୍ପତ୍ତି ସହ ୨ୟ ସ୍ଥାନ ଅକ୍ତିଆର କରିଛନ୍ତି । ଖାସ୍ କଥାଟି ହେଲା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଠାରେ ସବୁଠୁ କମ୍ ସମ୍ପତ୍ତି ରହିଛି । ମମତା ମାତ୍ର ୧୫ ଲକ୍ଷ ଟଙ୍କାର ମାଲିକାଣୀ । ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି ।