ଲୋକାୟୁକ୍ତରେ ହାଜର ହେଲେ ଔଷଧ ନିଗମ ଅଧ୍ୟକ୍ଷା ଓ ଶିଳ୍ପ ସଚିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାସ୍କ ଦୁର୍ନୀତି ଅଭିଯୋଗ ମାମଲାରେ ପୁଣି ଲୋକାୟୁକ୍ତରେ ହାଜର ହେଲେ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା। ପୂର୍ବରୁ ଉଭୟ ଲୋକାୟୁକ୍ତରେ ହାଜର ହୋଇଥିବାବେଳେ ଏହି ମାମଲାରେ ନିଜ ପକ୍ଷ ରଖିବାକୁ କୁହାଯାଇଥିଲା।

ପିପିଇ ଓ ମାସ୍କ କିଣାରେ ରାଜକୋଷକୁ ବ୍ୟାପକ ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଶିଳ୍ପ ସଚିବ ଆଇଏଏସ୍ ହେମନ୍ତ ଶର୍ମା ଏବଂ ଯାମିନୀ ଷଡଙ୍ଗୀଙ୍କୁ ଏଥିନିମନ୍ତେ ଦାୟୀ କରାଯାଇଥିଲା। ଏହାକୁ ନେଇ ରାଜନୈତିକ ବିବାଦ ଜୋର ଧରିଥିବା ବେଳେ ଲୋକାୟୁକ୍ତଙ୍କ ଦ୍ୱାରା ଏହାର ତଦନ୍ତ ଆରମ୍ଭ ହୋଇଥିଲା।