ମତଦାନ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରୟ ତଥା ବଣ୍ଟନ ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ ଆୟୋଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଞ୍ଚାୟତ ନିର୍ବାଚନ ପାଇଁ ବିଧବଦ୍ଧ ଭାବରେ ବିଜ୍ଞପ୍ତି ପାଇ ସାରିଛି । ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି । ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଏବଂ ଅବାଧ କରିବା ପାଇଁ ନିର୍ବାଚନ କମିଶନ ମତଦାନ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରୟ ତଥା ବଣ୍ଟନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମତଦାନର ଦୁଇ ଦିନ ପୂର୍ବରୁ ଏହି ପ୍ରତିବନ୍ଧକ ଲାଗୁ ହେବ ଏବଂ ପ୍ରତ୍ୟେକ ପାଞ୍ଚଟି ପର୍ଯ୍ୟାୟ ନିର୍ବାଚନରେ ପରଦିନ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗୁ ରହିବ।

ଏହା ବ୍ୟତୀତ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର କିମ୍ବା ଭୋଟ୍ ଦେବା ସମୟରେ ମତଦାନ ବୁଥ ନିକଟକୁ ଯିବା କିମ୍ବା ମତଦାନ କେନ୍ଦ୍ର ନିକଟରେ ଚଳପ୍ରଚଳ ହେବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ସେହିପରି ପ୍ରାଧିକୃତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କାହାକୁ ମତଦାନ ବୁଥ ପାଖରେ ରହିବାକୁ ଅନୁମତି ନାହିଁ।

ସରକାରୀ ଏବଂ ବେସରକାରୀ କର୍ମଚାରୀଙ୍କ ପାଇଁ ମତଦାନ ଦିନ ଛୁଟି ପ୍ରଦାନ କରିବାକୁ ନିର୍ବାଚନ କମିଶନ ସରକାରଙ୍କୁ ଜଣାଇଛନ୍ତି । ନିଜ ଭୋଟ୍ ଅଞ୍ଚଳଠାରୁ ବହୁ ଦୂରରେ ରହୁଥିବା କର୍ମଚାରୀଙ୍କ ପାଇଁ ୩ ଦିନିଆ ତିନିଦିନ ସ୍ୱତନ୍ତ୍ର ସିଏଲ୍ ଘୋଷଣା କରିବାକୁ କୁହାଯାଇଛି । ଯେଉଁ ସ୍ଥାନରେ ମତଦାନ ହେବ ସେହି ସ୍ଥାନରେ ମତଦାନ ଦିନ କୋର୍ଟର ବନ୍ଦ ରହିବ।

ଓଡ଼ିଶାରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଫେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ ରେ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇ ରାତି ୧ ଟା ପର‌୍ୟ୍ୟନ୍ତ ଜାରି ରହିବ। ସମସ୍ତ ବ୍ଲକ ମୁଖ୍ୟାଳୟରେ କରାଯିବ ଭୋଟର ଗଣନା ଫେବୃଆରୀ ୨୬, ୨୭ ଏବଂ ୨୮ ରେ ଅନୁଷ୍ଠିତ ହେବ ।