Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭୟଭିତ ହୁଅନ୍ତୁ ନାହିଁ, ମାସ୍କ ପିନ୍ଧନ୍ତୁ ଏବଂ ସତର୍କ ରୁହନ୍ତୁ-ମୁଖ୍ୟ ଶାସନ ସଚିବ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭୟଭିତ ହୁଅନ୍ତୁ ନାହିଁ, ମାସ୍କ ପିନ୍ଧନ୍ତୁ ଏବଂ ସତର୍କ ରୁହନ୍ତୁ-ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବର୍ତ୍ତମାନ ବର୍ଦ୍ଧିତ ପରିମାଣରେ ଦୈନିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାର ମଧ୍ୟରେ ରାଜ୍ୟବାସୀଙ୍କୁ ଭୟଭୀତ ନ ହେବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ଗତ ଦୁଇଟି ଲହରରେ ରାଜୀବାସୀଙ୍କ ସାହାଯ୍ୟରେ ଓଡ଼ିଶା ସଫଳତାର ସହିତ କରୋନାର ମୁକାବିଲା କରିଥିଲା।

ବର୍ତ୍ତମାନ ସାରା ଦେଶ ଏବଂ ରାଜ୍ୟରେ କରୋନାର ତୃତୀୟ ଲହର ଚାଲିଥିବା ସମୟରେ ଓମିକ୍ରନ୍ ଭାରିଆଣ୍ଟ କାରଣରୁ ବହୁ ଲୋକେ ସଂକ୍ରମିତ ହେଉଛନ୍ତି। ଏହି ସମୟରେ ଜନସାଧାରଣଙ୍କ ଜୀବନ ଜୀବିକା କିପରି ପ୍ରଭାବିତ ନ ହେବ ସେ ଦିଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିଛନ୍ତି। ରାଜ୍ୟ ସରକାର କେବଳ ଭିଡ ନିୟନ୍ତ୍ରଣ କରିବା ଲାଗି ଗାଇଡ୍‌ଲାଇନ୍‌ରେ ଧ୍ୟାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମାତ୍ର ୭ ଦିନ ମଧ୍ୟରେ ରାଜ୍ୟର ସମସ୍ତ କୋଭିଡ ହସ୍‌ପିଟାଲ ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକ୍ଷମ କରାଯାଇଛି। ସରକାର ସମସ୍ତ ମେଡିକାଲରେ ଅକ୍ସିଜେନ, ମେଡିସିନ୍‌, ବେଡ୍ ମହଜୁଦ ଅଛି, ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫ୍ ନିୟୋଜିତ ଅଛନ୍ତି। ରାଜ୍ୟରେ ଏବେ ପ୍ରାୟ ୨ ପ୍ରତିଶତ ସଂକ୍ରମିତ ମେଡିକାଲରେ ଭର୍ତ୍ତ କରିବାକୁ ପଡୁଛି। ଯାହା ଗତ ଲହର ସମୟରେ ୧୦ ରୁ ୧୨ ପ୍ରତିଶତ ଥିଲା ବୋଲି ମୁଖ୍ୟ ସଚିବ ସୂଚନା ଦେଇଛନ୍ତି।

ତେବେ ସେ କହିଛନ୍ତି ଯେ ବର୍ତ୍ତମାନ କରୋନାର ସଂକ୍ରମଣ ଦୃତଗତିରେ ମାଡି ଚାଲିଛି। ଗତ କିଛି ଦିନ ହେବ ଦଶ ହଜାର ଉପରେ ଦୈନିକ ସଂକ୍ରମଣ ରହୁଛି। ଅବହେଳା କଲେ ଏହି ସଂଖ୍ୟା ଆହୁରି ବଢିପାରେ । ସେଥିପାଇଁ ସମସ୍ତେ ସତର୍କ ରହିବା ଉଚିତ୍। ସରକରଙ୍କ ସମସ୍ତ ନିୟମାବଳି ମାନିବା, ମାସ୍କ ପିନ୍ଧୀବାକୁ ଏବଂ ଗହଳି ସ୍ଥାନକୁ ନଯିବାକୁ ସେ ପରାମର୍ଷ ଦେଇଛନ୍ତି।

ରାଜ୍ୟରେ ଏପର୍ଯ୍ୟନ୍ତ ୧୧୬୭୦୯୪ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୧୦୨,୭୮୬ରେ ପହଁଞ୍ଚିଛି। ସେହିଭଳି ରାଜ୍ୟରେ ଏପର୍ଯ୍ୟନ୍ତ ୧୦,୭୩,୭୭୭ ଜଣ କରୋନାରୁ ଆରୋଗ୍ୟ ହେଲେଣି। ରାଜ୍ୟରେ ବଢିଚାଲିଥିବା ସଂକ୍ରମଣ ମଧ୍ୟରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୧ ହଜାର ୬୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୯୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।