ଲକଡାଉନ ସମୟରେ ଜାରି ରହିବ ଟେଷ୍ଟିଂ ଓ ଟିକାକରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡ ସଂକ୍ରମରର ଭୟାନକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୫ ତାରିଖରୁ ପୁଣି ଲକଡାଉନ ଘୋଷଣା କରିଛନ୍ତି। ତେବେ ଏହି ଲକଡାଉନ ସମୟରେ ପୂର୍ବପରି ଟିକାକରଣ ଓ ଟେଷ୍ଟିଂ ଜାରି ରହିବ।

ସୂଚନା ଅନୁସାରେ ଟିକାକରଣ ପାଇଁ ଯେଉଁମାନେ ନାମ ପଞ୍ଜୀକରଣ କରିଥିବେ ସେମାନେ ନିଜ ସ୍ଲଟ ଅନୁଯାୟୀ ଟିକାକରଣ କେନ୍ଦ୍ରକୁ ଯିବେ। ସେହିପରି ଟେଷ୍ଟିଂ ପାଇଁ ସରକାରୀ ତଥା ଘରୋଇ ଅନୁଦାନ ପ୍ରାପ୍ତ କୋଭିଡ ଟେଷ୍ଟିଂ ସେଣ୍ଟରକୁ ଯିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସେମାନଙ୍କୁ କୋଭିଡ ଗାଇଡଲାଇନର ପାଳନ କରିବାକୁ ପଡ଼ିବ। ସେମାନେ ବ୍ୟକ୍ତିଗତ ଗାଡ଼ି, ଅଟୋ କିମ୍ବା ରିକ୍ସା ସାହାଯ୍ୟରେ କେନ୍ଦ୍ରକୁ ଯାଇପାରିବେ।