ତାରିଣୀଗଡ଼ା ଗୁଳିକାଣ୍ଡ ଘଟଣା: ଶିଳ୍ପପତି ମହିମା ମିଶ୍ର ନିର୍ଦ୍ଦୋଷ

ପାରାଦୀପ,ଏନ୍ଏନ୍ଏସ୍: ପାରାଦୀପ ଥାନା ଅନ୍ତର୍ଗତ ତାରିଣୀଗଡ଼ା ନିକଟରେ ଗତ ୨୦୧୬ ମସିହାରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଥିବା ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା ଓଏସଏଲ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ମହିମାନନ୍ଦ ମିଶ୍ରଙ୍କୁ ସହକାରୀ ଦୌରାଜଜ୍ ପ୍ରିୟରଞ୍ଜନ ବାରିକ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଏହି ମାମଲାରେ ୧୭ଜଣଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା, କିନ୍ତୁ ଏହି ମାମଲାରେ ମହିମାନନ୍ଦଙ୍କ ସମ୍ପୃକ୍ତି ଥିବା ସାବ୍ୟସ୍ତ ହୋଇନଥିଲା। ଏହି ଘଟଣାର ପୂର୍ବରୁ ୬ଜଣ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି।

ସୂଚନାଥାଉକି, ୨୦୧୬ ମେ ୨୯ତାରିଖ ରାତି ୧୦ଟା ସମୟରେ ତାରିଣୀଗଡ଼ା ନିକଟରେ ୩ ଜଣ ସନ୍ଦିଗ୍ଧ ବ୍ୟକ୍ତି ପଲସରରେ ଆସି ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ଓ ଆଶୁତୋଷ ସ୍ୱାଇଁ ଓରଫ ବାବୁଙ୍କୁ ଗୁଳିମାଡ଼ କରିଥିଲେ। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାର ତତ୍କାଳୀନ ଥାନା ଅଧିକାରୀ ଉକ୍ତ ଘଟଣାର ତଦନ୍ତ କରି ମହିମା ମିଶ୍ରଙ୍କ ନାମରେ ଚାର୍ଜସିଟ ଦାଖଲ କରିଥିଲେ। ଏହି ମାମଲାର ବିଚାର କୁଜଙ୍ଗର ସହକାରୀ ଦୌରାଜଜଙ୍କ କୋର୍ଟରେ ବିଚାରାଧୀନ ଥିଲା। ଏହି କେସକୁ ଆଡିସିନାଲ ପିପି ସୁରେଶ ଚନ୍ଦ୍ର ଦାସ ପରିଚାଳନା କରିଥିଲେ।