ତପୁ ମିଶ୍ର ଗୁରୁତର: ଅଧିକ ଚିକିତ୍ସା ପାଇଁ ଓଡ଼ିଶା ବାହାରକୁ ଯିବେ, ଆର୍ଥିକ ସହାୟତା ପାଇଁ ପରିବାରର ନିବେଦନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର ହୋଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଛି। ପରିବାର ଲୋକଙ୍କ ସୂଚନା ଅନୁସାରେ ତପୁ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗତ କିଛିଦିନ ହେବ ତାଙ୍କ ଶରୀରରେ ଅମ୍ଳଜାନର ସ୍ତର ଖସିବାରେ ଲାଗିଛି ଏବଂ ଦିନକୁ ଦିନ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରେ ଲାଗିଛି।

ତାଙ୍କୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଦରକାର ବୋଲି ତାଙ୍କ ଭଉଣୀ ଧ୍ରୁତିଦୀପା ମିଶ୍ର କହିଛନ୍ତି। ଏଥିସହ ସେ କହିଛନ୍ତି ତପୁଙ୍କୁ କୋଲକାତା କିମ୍ବା ଚେନ୍ନାଇରେ ଚିକିତ୍ସା କରାଗଲେ ସେ ଶୀଘ୍ର ସୁସ୍ଥ ହେବେ। ଏଥିପାଇଁ ସରକାର ଓ ଲୋକମାନଙ୍କର ସହାୟତା ଲୋଡିଛନ୍ତି ଭଉଣୀ। ମେ’୧୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା।

ତପୁ ମିଶ୍ରଙ୍କୁ ଚିକିତ୍ସାରେ ସହାୟତା ପାଇଁ ଆପଣମାନେ ତଳେ ଦିଆଯାଇଥିବା ଆକାଉଣ୍ଟ ନମ୍ବର ଓ ୟୁପିଆଇ ଆଇଡି ଜରିଆରେ ସାହାଯ୍ୟ ପଠାଇପାରିବେ।

Account no-921010020302491
IIFC-UTIB0000024
MICR-751211002
ACCOUNT NAME-DHRUTIDIPA MISHRA
BANK NAME-AXIS BANK
UPI ID-8249489004@axisbank